ବିଶ୍ୱାସର ନୂଆ ପରିଚୟ : 2 ମାସ ହେବ ମାଲିକ ମରିଗଲେଣି ହେଲେ କୁକୁର ଆଜି ମଧ୍ୟ ହସ୍ପିଟାଲ ବାହାରେ ଅପେକ୍ଷା କରିଛି…

କୁକୁର ମଣିଷ ର ଏକ ଵିଶ୍ଵାସି ବନ୍ଧୁ ହେଇଥାଏ” I ଏହି କଥା ଆମେ ଅନେକ ସମୟ ରେ ଶୁଣିବାକୁ ପାଇଛୁ I କାରଣ କୁକୁର ବିନା କିଛି ସ୍ୱାର୍ଥ ରେ ନିଜ ମାଲିକ ଙ୍କୁ ପ୍ରେମ କରିଥାଏ I ଏବଂ ତାଙ୍କୁ ଓ ତାଙ୍କ ଘର କୁ ସୁରକ୍ଷା ପ୍ରଦାନ କରିଥାଏ I

ଆଜି ଆମେ ଏହି ଫୋଟୋ ରେ ଯେଉଁ କୁକୁର କୁ ଦେଖାଉଛୁ , ସେହି କୁକୁର ତା ମାଲିକ କୁ ହସ୍ପିଟାଲ ବାହାରେ ଅପେକ୍ଷା କରିଛି I ଏହି କୁକୁର କୁ ସେଠାରୁ ଅନେକ ଥର ନେଇ ପ୍ରାଣୀ ସଂଗ୍ରହାଳୟ ରେ ରଖାଯାଇଥିଲା କିନ୍ତୁ ସେ ଖସି ଏହି ସ୍ଥାନ କୁ ହିଁ ଆସିଯାଉଛି I

ଆମ୍ବୁଲାନ୍ସ କୁ ପିଛା କରିକି ହସ୍ପିଟାଲ ରେ ପହଞ୍ଚିଥିଲା

ସୂଚନା ଅନୁସାରେ ଏହି ପୁରା ଘଟଣା ବ୍ରାଜିଲ ର Sao Paolo ରାଜ୍ୟ ରେ Santa Casa de Novo Horizonte ହସ୍ପିଟାଲ ର ଅଟେ I କିଛି ମାସ ପୂର୍ବ ରୁ ଏହି ହସ୍ପିଟାଲ ରେ ଆଘାତ ପ୍ରାପ୍ତ ଜଣେ ବ୍ୟକ୍ତି ଙ୍କୁ ହସ୍ପିଟାଲ ରେ ଆଡମିଟ କରାଯାଇଥିଲା କାରଣ 59 ବର୍ଷୀୟ ଏହି ବ୍ୟକ୍ତି ରାସ୍ତା ରେ ଏକ ମର୍ପିତ ରେ ପାଖରେ ଥିବାରୁ ତାଙ୍କୁ ଛୁରୀ ଲାଗିଥିଲା ଯାହାଦ୍ୱାରା କି ପର ମୁହୂର୍ତ୍ତ ରେ ତାଙ୍କ ର ମୃତ୍ୟୁ ହେଇଥିଲା I

ଏବଂ ଏହି ବ୍ୟକ୍ତି ଙ୍କୁ ଯେତେବେଳେ ଆମ୍ବୁଲାନ୍ସ ରୁ ମେଡିକାଲ ଅଣାଯାଇଥିଲା ତ ଏହି କୁକୁର ମଧ୍ୟ ଦୌଡ଼ି ଦୌଡ଼ି ଏହି ମେଡିକାଲ କୁ ଆସିଥିଲା ଏବଂ ମେଡିକାଲ ବାହାରେ ଅପେକ୍ଷା କରିଥିଲା I

ଏହି ସମ୍ପୂର୍ଣ ଘଟଣା ସେହି ସମୟ ରେ ଭାଇରଲ ହେଇଥିଲା ଯେଉସମୟରେ ଜଣେ ସ୍ଥାନୀୟ ମହିଳା Cristine Sardellaଏହି କୁକୁର ର ଫୋଟୋ ସହ ସମ୍ପୂର୍ଣ ଘଟଣା ସମ୍ପର୍କ ରେ ଉଲେଖ କରି ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲେ I

Leave a Reply